Guru gobindaya

@rudran400
Purana,bede,ଶିବଲିଙ୍ଗ ପୂଜା

ପଦ୍ମପୁରାଣ ବର୍ଣ୍ଣିତ ଅଛି ମହର୍ଷି ଭୃଗୁ ସୃଷ୍ଟି ତତ୍ତ୍ୱ ଓ ପରମପିତା ଶିବଙ୍କର ମାହାତ୍ମ ଜାଣିବା ପାଇଁ କୈଳାସରେ ପହଞ୍ଚିଲେ । ଠିକ୍‌ ସେହି ସମୟରେ ଭଗବାନ ଶିବ ମାତା ପାର୍ବତୀଙ୍କ ସହିତ ଏକ ନିବୃତ ସ୍ଥାନରେ ରତିକ୍ରୀଡ଼ା ଅର୍ଥାତ୍‌ ସୃଷ୍ଟି ସର୍ଜନାରେ ମଗ୍ନ ଥିଲେ । ବହୁଦିନ ଧରି ଅପେକ୍ଷା କରିଥିଲେ ମଧ୍ୟ ମହର୍ଷି ଭୃଗୁ ପରମପିତାଙ୍କର ଦର୍ଶନ କରିପାରିଲେ ନାହିଁ । ଏଥିପାଇଁ ତାଙ୍କର ଧୈର୍ଯ୍ୟଚ୍ୟୁତି ହେବାରୁ ସେ ପରମପିତାଙ୍କୁ ପ୍ରାର୍ଥନା ତଥା ଅଭିଶାପ ଦେଇ କହିଲେ-“ ହେ ପରମ ପିତା ! ଆପଣ ଯେଉଁ ଅବସ୍ଥାରେ ନାରୀ ଶକ୍ତି ସହିତ ସଂଯୁକ୍ତ ହୋଇଛନ୍ତି, ସେହି ଅବସ୍ଥାରେ ଏ ଭବମୟ ସାରା ସଂସାରରେ ପୂଜା ପାଇବେ ।” ତାହା ହିଁ ହେଲା । ଭୃଗୁ ଋଷିଙ୍କର କଥା ସତ୍ୟ ହେଲା । ସେହିଦିନରୁ ଭଗବାନ ଶିବ ଲିଙ୍ଗରୂପରେ ପୂଜା ପାଇଆସୁଛନ୍ତି ।

କୋଟିରୁଦ୍ର ସଂହିତା ଅନୁସାରେ ଦେବଦାରୁ ବନରେ ଥିବା ଏକ ଆଶ୍ରମରେ କେତେକ ଋଷି ସପତ୍ନୀକ ଭଗବାନ ଶିବଙ୍କର ପୂଜାର୍ଚ୍ଚନା କରୁଥିଲେ । ଏକଦା ଏହି ସପତ୍ନୀକ ଋଷିମାନଙ୍କୁ ପରୀକ୍ଷା କରିବା ପାଇଁ ଭଗବାନ ଶିବ ସେହି ଆଶ୍ରମରେ ପହଞ୍ଚିଲେ । ଠିକ୍‌ ସେହି ସମୟରେ ଋଷିମାନେ ସମିଧ ସଂଗ୍ରହ ନିମନ୍ତେ ବନକୁ ଯାଇଥିଲେ । ଭଗବାନ ଶିବ ଋଷି ପତ୍ନୀମାନଙ୍କ ସମ୍ମୁଖରେ ନଟରାଜ ରୂପରେ ନୃତ୍ୟ କରିବାକୁ ଲାଗିଲେ । ନୃତ୍ୟ ସମୟରେ ଦେହରୁ ସମ୍ପୂର୍ଣ୍ଣ ବସ୍ତ୍ର ଖସି ଯାଇଥିଲା, ତାଙ୍କର ସେଥିପ୍ରତି ଧ୍ୟାନ ନଥିଲା । ଠିକ୍‌ ସମୟରେ ଋଷିମାନେ ବନରୁ ଫେରି ଭଗବାନ ଶିବଙ୍କର ଏପରି ଉଲଗ୍ନ ଅବସ୍ଥା ଦେଖି କ୍ରୋଧାନ୍ୱିତ ହୋଇ ଅଭିଶାପ ଦେଲେ, ଏହାଫଳରେ ଶିବଙ୍କ ଲିଙ୍ଗ ତାଙ୍କ ଦେହରୁ ଛିନ୍ନ ହୋଇ ଭୂମିରେ ପଡ଼ିଲା । ଛିନ୍ନ ଲିଙ୍ଗ ଅସ୍ଥିର ହୋଇ ସମଗ୍ର ସଂସାରରେ ବହୁ ଉତ୍ପାତ କଲେ । ଦେବତାମାନେ ବ୍ୟସ୍ତ ହୋଇ ବେଦପତି ବ୍ରହ୍ମା ମାତା ପାର୍ବତୀଙ୍କୁ ଧ୍ୟାନ କଲେ । ବ୍ରହ୍ମାଙ୍କ ଧ୍ୟାନରେ ସନ୍ତୁଷ୍ଟ ହୋଇ ମାତା ପାର୍ବତୀ ସମସ୍ତ ଜାଣିପାରି ମର୍ତ୍ତ୍ୟକୁ ଆଗମନ କଲେ । ମାତା ଭଗବତୀ ଦେବୀ ପାର୍ବତୀ ଶିବଙ୍କର ସେହି ଛିନ୍ନ ଲିଙ୍ଗକୁ ନିଜ ଶକ୍ତିଚକ୍ର(ଯୋନି) ମଧ୍ୟରେ ଧାରଣ କରି ଶାନ୍ତ କରାଇଲେ । ସେହିଦିନ ଏକାନ୍ତ ଭକ୍ତି ଓ ନିଷ୍ଠାର ସହିତ ସପତ୍ନୀକ ଋଷିମାନେ ଶକ୍ତିଚକ୍ର ସହିତ ଲିଙ୍ଗପୂଜା କଲେ । ଫଳରେ ସେହିଦିନରୁ ଭଗବାନ ଶିବଲିଙ୍ଗ ରୂପରେ ପୂଜା ପାଇଆସୁଛନ୍ତି ।

ଶିବ ପୁରାଣ ଅନୁସାରେ ଦକ୍ଷପ୍ରଜାପତିଙ୍କ ଯଜ୍ଞରେ ମଙ୍ଗଳମୟ ଦେବାଧିଦେବ ମହାଦେବଙ୍କ ଅପମାନ ସହ୍ୟ କରିନପାରି ମାତା ସତୀ ଯଜ୍ଞକୁଣ୍ଡରେ ଆତ୍ମହୁତି ଦେଲେ । ଫଳରେ ସତୀଙ୍କୁ ନପାଇ ଭଗବାନ ଶିବ ହତଜ୍ଞାନ ହୋଇ ଦକ୍ଷଯଜ୍ଞ ଭଙ୍ଗ କରିବା ସଙ୍ଗେ ସଙ୍ଗେ ସଂସାରରେ ତାଣ୍ଡବଲୀଳା କରି ସମଗ୍ର ସୃଷ୍ଟିକୁ ପ୍ରଳୟ କରିବାକୁ ଲାଗିଲେ । ସେହି ସମୟରେ ତାଙ୍କ କଟିରୁ ବ୍ୟାଘ୍ରଚର୍ମ ଖସିପଡ଼ିବାଦ୍ୱାରା ସେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇଗଲେ । ଶିବଙ୍କ କ୍ରୋଧ ଶାନ୍ତ କରିବା ପାଇଁ ଦକ୍ଷ ପ୍ରଜାପତିଙ୍
3:09
Tulsi Kumar- Phir Na Milen Kabhi Reprise _ T-Series Acoustics _ Love Song 2020 _Full-HD
4 years ago
5:46
किन कर्मों के अनुष्ठान से मनुष्य को श्रेष्ठ लोकों की प्राप्ति होती है _ Do You _HIGH
4 years ago
5:05
वासुकी, शेषनाग और तक्षक थे ... गरुड़ के सौतेले भाई !!!_HD
5 years ago
4:34
किसने बिगाड़ा था इन सबका हुलिया _ Who Misbehaved with These Gods-Men_HD
5 years ago
4:37
रावण ने जिसका किया अपहरण...वो थी मायावी सीता __HD
5 years ago
5:11
शिव का वो अवतार जिससे कांप गया था सारा ब्रह्माण्ड _ Most Destructive Descendant _HD
5 years ago
3:36
बारहवीं घुश्मेश्वर ज्योतिर्लिंग की कथा ! The Story Of Ghushmeshwar Jyotirling _ _HD
5 years ago
3:49
दसवीं नागेश्वर ज्योतिर्लिंग की कथा ! _ The Story of Nageshwar Jyotirling _ Tenth_HD
5 years ago
2:43
ग्यारहवीं श्री रामेश्वर ज्योतिर्लिंग की कथा !_ The Story Of Rameshwaram Jyotirli_HD
5 years ago
4:02
नौवीं वैधनाथेश्वर ज्योतिर्लिंग की कथा ! Baidyanat Jyotirlinga _ The Story of Nin_HD
5 years ago
5:40
आठवी त्र्यम्बकेश्वर ज्योतिर्लिंग की कथा ! Trimbakeshwar Jyotirlinga _ The Story _HD
5 years ago
3:04
सातवी विश्वेश्वर ज्योतिर्लिंग की कथा ! The Story of Vishveshwar Jyotirlinga _ 7t_HD
5 years ago
4:14
ଷଷ୍ଠ ଜ୍ୟୋତିଲିଙ୍ଗ ଭଗବାନ ଭୀମାଶଙ୍କର ବିଷୟରେ ଆଶ ଜାଣିବା ।Bhimashankar Jyotirlinga -The Sixth Jyotirli_HD
6 years ago
2:51
ପଞ୍ଚମ ଜ୍ୟୋତିଲିଙ୍ଗ ଭଗବାନ କେଦାରନାଥ ବିଷୟରେ ଆଶ ଯାଣିବା ।The Story of Kedarnath Jyotirling _ 5th _HD
6 years ago
4:08
ଚତୁର୍ଥ ଜ୍ୟୋତିଲିଙ୍ଗ ଭଗବାନ ଓଁକାରେଶ୍ଵର ବିଷୟରେ ଆଶ ଯାଣିବା । The Story Of Fourth Jyotirling - Om_ HD
6 years ago
3:08
ତୃତୀୟ ଜ୍ୟୋତିଲିଙ୍ଗ ଭଗବାନ ମହାକାଳ ବିଷୟରେ ଆଶ ଜିଣିବା । The Story of Third Jyotirlinga - Mahaka_HD
6 years ago
4:48
ଶବୁଟାରୁ ପ୍ରଥମ ସୋମନାଥ ଜ୍ୟୋତିଲିଙ୍ଗ ସେଇ ବିଷୟରେ ଆଜି ଯାଣିବା ।The Mystery Behind Jyotirlinga At Somath_HD
6 years ago
3:45
ଦୁତିୟ ଭାଗ ମଲ୍ଲୀକାର୍ଜୁନ ଜ୍ୟୋତିଲିଙ୍ଗ ଆସ ଜାଣିବା ବିଷୟରେ । The Story Of Second Jyotirlinga - Mall_HD
6 years ago